ନିର୍ବନ୍ଧ ପରେ ଯୁବତୀଙ୍କୁ ଦୁଷ୍କର୍ମ କଲା ଭାବି ସ୍ୱାମୀ

ବ୍ରଜରାଜନଗର:–ନିର୍ବନ୍ଧ ପରେ ଦୁଷ୍କର୍ମ । ବିବାହ ପୂର୍ବରୁ ଭାବିସ୍ୱାମୀ ଘଟାଇଲା ସାଙ୍ଘାତିକ କାଣ୍ଡ । ଯାହାକୁ ବିବାହ କରିବା ନେଉ ପ୍ରତିଶ୍ରୁତି ଦେଇଥିଲା, ସେହି ଯୁବତୀଙ୍କୁ କଲା ଦୁଷ୍କର୍ମ । ଏପରି ଏକ ଘଟଣା ଝାରସୁଗୁଡା ବ୍ରଜରାଜନଗରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରେ ଜଣେ ୨୧ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭାବି ସ୍ବାମୀଙ୍କୁ ପୁଲିସ୍‌ ୧୫ ମାସ ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ଲଇକେରା ଥାନା ଭାତଲଇଡ଼ା ଗାଁ ପୁରୁଷୋତ୍ତମ ବାଗଙ୍କ ପୁଅ କରିଶୋର(୨୪)।

ସୂଚନାନୁସାରେ, ଅଭିଯୁକ୍ତ ଓ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା ଉଭୟ ପରିବାରର ସହମତିରେ ନିର୍ବନ୍ଧ ମଧ୍ୟ ସମ୍ପନ୍ନ ହୋଇଥିଲା ନିର୍ବନ୍ଧ ପରେ କିଶୋର ଯୁବତୀ ସହିତ ଦୈହିକ ସଂପର୍କ ରଖିଥିଲା। ପରେ କିଶୋର ବାହା ହେବାକୁ ମନା କରିବାରୁ ଯୁବତୀଙ୍କ ପରିବାର ଲୋକ ଓରିଏଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିଲା କିନ୍ତୁ ଅଭିଯୁକ୍ତ କିଶୋର ଫେରାର ମାରିଥିଲା ଗତକାଲି କିଶୋର ଘରକୁ ଆସିଥିବା ବେଳେ ପୁଲିସ୍ ଜାଣିବା ପରେ ଓରିଏଣ୍ଟ ପୁଲିସ୍ ଚଢ଼ଉ କରି ଗିରଫ କରିବାରେ ସକ୍ଷମ ହୋଇଥିଲା

Leave a Reply

Your email address will not be published. Required fields are marked *