ଆର୍ଶିବାଦଙ୍କୁ ଆଶ୍ବସ୍ତି: ସୁପ୍ରିମକୋର୍ଟରେ ହେଲେ ଦୋଷମୁକ୍ତ,

ଭୁବନେଶ୍ବର:-କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ଓଡ଼ିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ଵେହେରାଙ୍କ ପାଇଁ ଆଶ୍ଵସ୍ତିକର ଖବର। ତାଙ୍କ ବିରୋଧରେ ହେଉଥିବା ସି ବି ଆଇ ତଦନ୍ତ ବନ୍ଦ କରିବା ଲାଗି ସର୍ଵୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଗତ ଶୁକ୍ରବାର ସିବିଆଇ ଏ ସକ୍ରାନ୍ତରେ ରିପୋର୍ଟ ଦାଖଲ କରିଥଲା। ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ, ଓଡ଼ିଆ ଅଲିମ୍ପିକ ଆସୋସିଏସନ ଜମି ଜବରଦଖଲ କିମ୍ବା ସେଠାରେ ବେଆଇନ ନିର୍ମାଣ ଅବା ତାକୁ ନେଇ ଆର୍ଥିକ ଅନିୟମିତତାର ମାମଲାର ତଦନ୍ତ ହେଉଥିଲା।

ଯେଉଁ ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ ହେଉଥିଲା ସେଥିରେ ଆଶୀର୍ବାଦଙ୍କର କୌଣସି ଅପରାଧୀକ ପୃଷ୍ଠଭୁମୀ ଥିବା ନେଇ ଯୋଗ୍ୟ ପ୍ରମାଣ ମିଳିନାହିଁ। ତେଣୁ ତଦନ୍ତ ବନ୍ଦ କରିବା ପାଇଁ ସିବିଆଇ ରିପୋର୍ଟରେ ଦର୍ଶାଇବା ପରେ ସୁପ୍ରିମକୋର୍ଟ ତାକୁ ମଞ୍ଜୁର କରିଛନ୍ତି।

ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ ଆଶୀର୍ବାଦ ବେହେରା କହିଛନ୍ତି ଯେ, ଶେଷରେ ସତ୍ୟ ଓ ଧର୍ମର ବିଜୟ ହୋଇଛି।

Leave a Reply

Your email address will not be published. Required fields are marked *