JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ:- ଦିଲ୍ଲୀ ହିଂସା ଘଟଣାରେ JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ । ଗତ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦ ଗିରଫ ହୋଇଛନ୍ତି। ଦିଲ୍ଲା ସ୍ପେଶାଲ୍‌ ସେଲ୍‌ ପକ୍ଷରୁ ଉମର ଖାଲିଦଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାରୁଜା ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ୟୁଏପିଏ ଧାରାରେ ଖଲିଦଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ପ୍ରମାଣ ମିଳିବା ପରେ ଗିରଫ କରିଥିବା ପୋଲିସ ଦାବି କରିଛି ।

ସୂଚନା ଅନୁସାରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍ । ଏବଂ ପ୍ରାୟ ୧୧ ଘଂଟା ପଚରାଉଚରା କରାଯିବା ପରେ ଖଲିଦଙ୍କୁ ଗିରଫ କରାଯାଇଛି । ଖଲିଦଙ୍କ ଗିରଫଦାରିଙ୍କୁ ବିରୋଧ କରିଛି ୟୁନାଇଟେଡ୍ ଏଗନେଷ୍ଟ ହେଟ୍ ଗ୍ରୁପ୍ । ଖଲିଦଙ୍କୁ ସୁରକ୍ଷା ଯୋଗାଇଦେବାକୁ ଏହି ଗ୍ରୁପ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *