କରୋନାରେ ଖଣ୍ଡଗିରି ଥାନାର ଏଏସଆଇ ଶିଶିର ସେଠିଙ୍କ ମୃତ୍ୟୁ

ଭୁବନେଶ୍ୱର:-କରୋନା କବଳରେ ଏବେ ଦେଶ ତଥା ରାଜ୍ୟର ଅନେକ ଲୋକ କବଳିତ। ଅନେକ ଲୋକ କରୋନା ସହ ଲଢ଼ି ନୂତନ ଜୀବନ ପାଉଥିବା ବେଳେ ଅନେକ ଜୀବନ ହଉଛନ୍ତି। ବିଶେଷ କରି କରୋନା ସହ ଲଢ଼ୁଥିବା ଆଗ ଧାଡ଼ିର ଯୋଦ୍ଧା ହେଉଛି ପୋଲିସ। କିନ୍ତୁ ଏବେ ଏହି ମହାମାରୀ ଅନେକ ପୋଲିସଙ୍କ ଜୀଵନ ନେଉଛି। ଏହିପରି ଖଣ୍ଡଗିରି ଥାନାର ଏଏସଆଇ ଶିଶିର କୁମାର ସେଠିଙ୍କର କରୋନାରେ ମୃତ୍ୟୁ ଘଟିଛି। ହେଲେ ସବୁଠୁ ବଡ଼ କଥା ହେଲା ସେ ଶିଶିରଙ୍କ ଜୀଵନ ଶେଷ ପର୍ଯ୍ୟନ୍ତ ସେ ନିଜର କାଯ୍ୟ ତୁଲାଉଥିଲେ। କୋଭିଡରେ ଆକ୍ରାନ୍ତ ହେବା ପରେ ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଭୁବନେଶ୍ୱର ଡିସିପି ଡ଼ା. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଶିଶିରଙ୍କ 3 ଝିଅ ଥିବା ଜଣାପଡିଛି। ସରକାରଙ୍କ ତରଫରୁ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ଯେଉଁଭଳି ସୁବିଧା ସୁଯୋଗ କରିଛନ୍ତି ତାହା ଶିଶିରଙ୍କ ପରିବାର ଲୋକେ ପାଇବେ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଶିଶିର ଜଣେ ଭଲ ମଣିଷ ଥିବା ବେଳେ ମେଳାପୀ ଏବଂ ମିଷ୍ଠଭାଷୀ ମଣିଷ ଥିଲେ। ବିଶେଷ କରି ସାମ୍ବାଦିକ ବନ୍ଧୁମାନଙ୍କ ସହ ତାଙ୍କର ଭଲ ସଂପର୍କ ରହିଥିଲା। ତାଙ୍କ ଵୟୋଗରେ ପୋଲିସ, ସାମ୍ବାଦିକ ଏବଂ ତାଙ୍କର ପରିଜନ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏଭଳି ସମୟରେ ପରିବାର ଲୋକଙ୍କୁ ଧର୍ଯ୍ୟ ଧରି ଆଗକୁ ବଢ଼ିବା ପାଇଁ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *