ଶ୍ବାସକ୍ରିୟାରେ ଅସୁବିଧା ହେତୁ ପୁଣି ଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣିଥରେ ଦିଲ୍ଲୀ ଏମ୍‌ସରେ ଭର୍ତି ହୋଇଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍‌ସରେ ଭର୍ତ୍ତି କରାଯାଇଛି । ଶ୍ବାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଗତ ଅଗଷ୍ଟ ୨ରେ ଅମିତ ଶାହ କରୋନା ପଜିଟିଭ୍ ହୋଇଥିଲେ । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅମିତ ଶାହ । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବାର ୨ ସପ୍ତାହ ପରେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏମ୍‌ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ କିଛି ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଲେ , ଆମିତ ଶାହଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ । ତାଙ୍କୁ ଏମ୍‌ସର କାର୍ଡିଓ ନ୍ୟୁରୋ ଟାଓ୍ବାରରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *