୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୩୨୧୭ କୋଭିଡ୍-୧୯ ପଜିଟିଭ୍,
ଭୁବନେଶ୍ଵର :- ଗତ ୨୪ ଘଣ୍ଟାରେ ୩୨୧୭ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ମୟୂରଭଞ୍ଜ ଜିଲ୍ଲାରୁ ୨୮୧, କଟକ ଜିଲ୍ଲାରୁ ୨୭୫, ବରଗଡରୁ ୨୧୮, ରାୟଗଡାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, କୋରାପୁଟରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡାରୁ ୯୬, ନବରଙ୍ଗପୁରରୁ ୭୯, ନୂଆପଡାରୁ ୭୯, ସୁନ୍ଦରଗଡରୁ ୭୯, ସମ୍ବଲପୁରରୁ ୭୫, ଅନୁଗୁଳରୁ ୬୯ ରୋଗୀ କରୋନା ମୁକ୍ତ ହୋଇଛନ୍ତି।
ସେହି ପରି ଢେଙ୍କାନାଳ ଜିଲ୍ଲାରୁ ୬୯, କେନ୍ଦ୍ରାପଡାରୁମ୫୯, ଭଦ୍ରକରୁ ୫୪, ଜଗତସିଂହପୁରରୁ ୫୪, ସୋନପୁରରୁ ୫୩, ବାଲେଶ୍ଵରରୁ ୪୯, ବଲାଙ୍ଗିରରୁ ୪୯, ନୟାଗଡରୁ ୪୯, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭ ଓ ଦେବଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧,୪୬,୮୯୪କୁ ବୃଦ୍ଧି ଘଟିଛି। ସେହି ପରି ରାଜ୍ୟରେ ଆଉ ୧୧ ଜଣଙ୍କ ପ୍ରାଣହାନୀ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬ରେ ପହଞ୍ଚିଛି।