କଟକରେ ବିପୁଳ ପରିମାଣର ନକଲି ପୂଜା ସାମଗ୍ରୀ ଜବତ, ଜଣେ ଗିରଫ

କଟକ,:–କଟକ ମାଲଗୋଦାମ ଥାନା କେନାଲ ରୋଡ ଅଞ୍ଚଳରୁ ନକଲି ପୂଜା ସାମଗ୍ରୀ କାରଖାନା ଠାବ ହୋଇଛି । ନକଲି କାରବାର ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ମାଲଗୋଦାମ ଥାନା ପୋଲିସ । ନକଲି କାରବାର ଅଭିଯୋଗରେ  ଚଣ୍ଡି ରାଓଙ୍କୁ ଗିରଫ କରି ସହ ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ ହୋଇଛି ।

ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ନକଲି ପୂଜା ସାମଗ୍ରୀ । କଟକରୁ ଠାବ ହୋଇଛି ନକଲି ପୂଜା ସାମଗ୍ରୀ କାରଖାନା । ମାଲଗୋଦାମ କେନାଲ ରୋଡରେ ବେଧଡକ ଚାଲିଥିଲା ନକଲି ମହୁ, ଅଗୁର ଓ ଗୋଲାପ ଜଳ କାରବାର । କୌଣସି ସୂତ୍ରରୁ ଖବର ପାଇ ରେଡ କରିଥିଲା ମାଲଗୋଦାମ ଥାନା ପୋଲିସ । ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ସେହିପରି ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ହେଉଥିବା କାଚ ବୋତଲ, ଷ୍ଟିକର ଓ ସିଲ୍ ଜବତ ହୋଇଛି । ନକଲି ସାମଗ୍ରୀ କାରବାର କରୁଥିବା ଚଣ୍ଡି ରାଓଙ୍କୁ ଗିରଫ କରାଯାଇଥିବା କଟକ ଡିସିପି କହିଛନ୍ତି ।

ପୂର୍ବରୁ କଟକ ସହରରୁ ନକଲି ଘିଅ, ତେଲ. ଜର୍ଦ୍ଦା ଭଳି ସାମଗ୍ରୀ ଜବତ କରିଥିଲା ପୋଲିସ । ନକଲି ସାମଗ୍ରୀ ବିକି ବେପାରୀ ମାଲେମାଲ ହେଉଥିବାବେଳେ ମଣିଷ ଜୀବନ ବିପଦରେ ପଡୁଛି । କେନାଲ ରୋଡରେ ଦୀର୍ଘ ଦିନ ହେବ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଖବର ପୋଲିସ କଣ ସ୍ଥାନୀୟ ଲୋକ ବି ଟେର ପାଇନଥିଲେ ।

Leave a Reply

Your email address will not be published. Required fields are marked *