ଦିଲ୍ଲୀ ଦଙ୍ଗା କେସ୍: ପୋଲିସ ଚାର୍ଜସିଟ୍ରେ ୟେୁଚରୀ, ଯୋଗେନ୍ଦ୍ର ଯାଦବଙ୍କ ନାମ, ସିଏଏ ବିରୋଧରେ ମୁସଲିମ ଲୋକଙ୍କୁ କରିିଥିଲେ ଭ୍ରମିତ
ନୂଆଦିଲ୍ଲୀ:-ଦିଲ୍ଲୀରେ ଚଳିତ ବର୍ଷ ଫେବୃଆରୀରେ ଘଟିଥିବା ଦଙ୍ଗା ମାମଲାରେ ପୋଲିସ ନିଜର ଚାର୍ଜସିଟ୍ରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ, ସ୍ଵରାଜ ଅଭିଯାନର ନେତା ଯୋଗେନ୍ଦ୍ର ଯାଦବ, ଅର୍ଥଶାସ୍ତ୍ରୀ ଜୟନ୍ତୀ ଘୋଷ, ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ତଥା ସାମାଜିକ କର୍ମକର୍ତ୍ତା ଅପୂର୍ବାନନ୍ଦ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ରାହୁଲ ରୟଙ୍କ ନାମକୁ ସହ ଷଡଯନ୍ତ୍ରକାରୀ ଭାବେ ଉଲ୍ଲେଖ କରିଛି। ଦିଲ୍ଲୀ ଦଙ୍ଗାରେ ଏହି ସବୁ ବଡ ବଡ ଲୋକଙ୍କ ନାମ ସାମିଲ ହେବା ପରେ ପୁଣି ଥରେ ଅର୍ବାନ ନକ୍ସଲ ପ୍ରସଙ୍ଗକୁ ଉଜ୍ଜିବୀତ କରିଛି।
ଅଭିଯୋଗ ହୋଇଛି ଯେ, ଏହି ସବୁ ଲୋକ ସିଏଏ ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କୁ କୌଣସି ସସ୍ତ ପର୍ଯ୍ୟନ୍ତ ଯିବାକୁ କହିଥିଲେ। ସିଏଏ-ଏନଆରସିକୁ ମୁସଲିମ ବିରୋଧୀ ଦର୍ଶାଇ ମୁସଲିମ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ସୃଷ୍ଟି କରିଥିଲେ ଏବଂ ଭାରତ ସରକାରଙ୍କ ଛବି ଖରାପ କରିବା ପାଇଁ ପ୍ରଦର୍ଶନ ଆୟୋଜିତ କରିଥିଲେ।
ସୂଚନା ଅନୁଯାୟୀ ଦିଲ୍ଲୀର ଉତ୍ତର ପୂର୍ବ ଜିଲ୍ଲାରେ ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଘଟିଥିବା ଦଙ୍ଗାରେ ପୋଲିସ ଯେଉଁ ସାନି ଚାର୍ଜସିଟ୍ ଦାଖଲ କରିଛି, ସେଥିରେ ଏହି ସବୁ ବ୍ୟକ୍ତିଙ୍କ ନାମ ରହିଛି। ଅଭିଯୋଗ ପତ୍ରରେ ଦାବି କରାଯାଇଛି ଯେ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୧ ଜଣ ଆହତ ହୋଇଥିଲେ। ଏଥିରେ ୯୭ ଜଣ ଗୁଳି ଲାଗିବାରୁ ଆହତ ହୋଇଥିଲେ। ଏହି ସବୁ ପ୍ରତିଷ୍ଠିତ ଲୋକଙ୍କୁ ତିନି ଜଣ ଛାତ୍ରଙ୍କ ବୟାନ ଆଧାରରେ ସହ ଅଭିଯୁକ୍ତ କରାଯାଇଛି। ଜେଏନୟୁର ଛାତ୍ର ଦେବାଙ୍ଗନା କାଲିତା ଓ ନତାଶା ନରଓ୍ଵାଲ ଏବଂ ଜାମିଆ ମିଲିଆ ଇସଲାମିଆର ଛାତ୍ରୀ ଗୁଲଫିଶା ଫାତିମା ପିଞ୍ଜରା ଗ୍ରୁପର ସଦସ୍ୟ। ଏହି ଲୋକଙ୍କୁ ଜାଫରାବାଦ ହିଂସା ମାମଲାରେ ଅଭିଯୁକ୍ତ କରାଯାଇଛି।
ଅଭିଯୋଗ ଫର୍ଦ୍ଦ ଅନୁଯାୟୀ ଛାତ୍ର-ଛାତ୍ରୀ, କାର୍ଯ୍ୟକର୍ତ୍ତା ପୋଲିସକୁ କହିଛନ୍ତି ଯେ ଏହି ତିନି ଜଣ ଇସଲାମି ଗୋଷ୍ଠୀ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଓ ଜାମିଆ ସମନ୍ଵୟ କମିଟି ସହିତ ମିଶି ପିଞ୍ଜରା ତୋଡର ସଦସ୍ୟଙ୍କୁ ସିଏଏ ବିରୋଧରେ ଅଭିଯାନକୁ କେମିତି ଆଗକୁ ନିଆଯିବ ତାକୁ ନେଇ ରଣନୀତି ପ୍ରସ୍ତୁତ କରୁଥିଲେ।