ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଲେ ଦେବେନ୍ଦ୍ର ଫଡନାଭିସ୍, କହିଲେ ଦାଉଦର ଘର ଭଙ୍ଗାଯାଉ ନାହିଁ ମାତ୍ର କଙ୍ଗନାଙ୍କ ଘର ଭାଙ୍ଗିଦେଲ

ମୁମ୍ବାଇ:- ମହାରାଷ୍ଟ୍ରରେ ଶିବସେନା ଓ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି। ଅଫିସ୍ ଭାଙ୍ଗିବା ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କୁ ସେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦାଉଦ ଇବ୍ରାହିମ ଘର ଭଙ୍ଗା ଯାଉ ନାହିଁ ମାତ୍ର କଙ୍ଗନାଙ୍କ ଘର ଭଙ୍ଗାଯାଉଛି। ଉଦ୍ଧବ ଠାକରେ ଓ ଶିବସେନାଙ୍କ ଉପରେ ସେ ଏଭଳି ଭାବେ ବର୍ଷିଛନ୍ତି। ଫଡନାଭିସ୍ ଆହୁରି କହିଛନ୍ତି ଯେ ଏ ସମସ୍ତ ମାମଲାକୁ ଶିବସେନା ହିଁ ବଢ଼ାଇଛନ୍ତି। ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ସହ ଲଢ଼ୁଛନ୍ତି।

ଏହି ବିବାଦ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାବଲେ ମହରାଷ୍ଟ୍ର ରାଜ୍ୟପାଳଙ୍କ ସହ ଦେଖା କରିଛନ୍ତି। ବିଏମସି ଦ୍ବାରା କଙ୍ଗନାଙ୍କ ଅଫିସ ଭାଙ୍ଗିବା ଭୁଲ ବୋଲି କହିବା ସହ ତାଙ୍କୁ ସହାୟତା ରାଶି ଦେବା ପାଇଁ ରାଜ୍ୟପାଳଙ୍କ ସାମ୍ନାରେ ଦାବି କରିଛନ୍ତି ଉଠାବଲେ। ତେବେ ଗତକାଲି ରାମଦାସ କଙ୍ଗନାଙ୍କ ଘରେ ପ୍ରାୟ ୧ ଘଣ୍ଟା ଆଲୋଚନା କରିଥିଲେ। ସେ କଙ୍ଗନାଙ୍କ ସୁରକ୍ଷା ଦେବା ଦାବି କରିବା ସହ ଯଦି ସେ ରାଜନୀତିରେ ଆସିବାକୁ ଇଚ୍ଛୁକ ତେବେ ବିଜେପି ଓ ଆରପିଆଇ ତାଙ୍କର ସ୍ବାଗତ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *