ବର୍ଷା-ଅନୁଭବ ବିବାଦରେ ଅନୁଭବ ମହାନ୍ତି କହିଲେ,ଏ ଜନ୍ମରେ କିମ୍ବା କୌଣସି ଜନ୍ମରେ କରିପାରିବେନି ଗ୍ରହଣ, ବଦନାମ କରିବାକୁ ହୋଇଛି ଉଦ୍ୟମ

ଭୁବନେଶ୍ଵର :-ଅଭିନେତା ଅନୁଭବ ମହାନ୍ତି ଟୁଇଟର ବର୍ଷା କରୁଥିଲେ । ଗୋଟିଏ ପରେ ଗୋଟିଏ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଅନୁଭବଙ୍କ ଟାର୍ଗଟରେ ଥିଲେ ପତ୍ନୀ ବର୍ଷା । ଗୋଟିଏ ଟୁଇଟରେ ସେ କହିବାକୁ ପଛାଇ ନାହାନ୍ତି, ଯେ କେବଳ ଏହି ଜନ୍ମ ନୁହେଁ, କୌଣସି ଜନ୍ମରେ ମଧ୍ୟ ସେ ବର୍ଷାଙ୍କ ସ୍ୱାମୀ ହେବାପାଇଁ ଚାହାନ୍ତି ନାହିଁ । ସେପଟେ ବର୍ଷା ଏକ ଟୁଇଟ କରି ସାଇବାବାଙ୍କ ନିକଟରେ ଦୀପ ଜାଳିଥିବାର ଫଟୋ ଅପଲୋଡ କରିଛନ୍ତି ।

କାହାରି ନାଁ ନନେଇ କିଛି ଏହି ମର୍ମରେ ଟ୍ୱିଟ୍ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବର୍ଷା-ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ କେଉଁ ରୂପ ନେବ ତାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଟ୍ୱିଟ୍ କରି ଏକ ବଡ଼ ମନ୍ତବ୍ୟ ରଖିଛନ୍ତି ଅନୁଭବ । ଟ୍ୱିଟ୍ରେ ଅନୁଭବ ମହାନ୍ତି ଲେଖିଛନ୍ତି-

– ମୁଁ ଏବଂ ମୋ ମାଆ ସ୍ପଷ୍ଟ କରି ସାରିଛୁ, ଏଇ ଜନ୍ମରେ କିମ୍ବା ଆଉ କୌଣସି ଜନ୍ମରେ ଆମେ ଜଣକୁ ଆଉ କେବେ ଗ୍ରହଣ କରିପାରିବୁ ନାହିଁ । ଯିଏ ମୋତେ ଏବଂ ମୋ ବାପା-ମା’ଙ୍କୁ ମାରିଦେବା ପାଇଁ ସବୁ ଚେଷ୍ଟା କରି ସାରିଛନ୍ତି ।

ଏହି ଟ୍ୱିଟରେ ଅନୁଭବ କାହାରି ନାଁ ନେଇ ନାହାଁନ୍ତି ସତ କିନ୍ତୁ ଏହା ସିଧାସଳଖ ବର୍ଷାଙ୍କ ଉର୍ଦ୍ଦେଶ୍ୟରେ କୁହାଯାଇଥିବା ଚର୍ଚ୍ଚା ହେଉଛି । କାରଣ ଏହି ଟ୍ୱିଟରେ ଜଣେ ମହିଳାଙ୍କ ଉର୍ଦ୍ଦେଶ୍ୟରେ ଲେଖାଯାଇଛି । କଥା ଏତିକିରେ ସରି ଯାଇନାହିଁ । ଆଉ ଏକ ଟ୍ୱିଟ୍ କରି ଲେଖିଛନ୍ତି-

– ସମ୍ମାନୀୟ ମ୍ୟାଡମ୍ ମୋର ନାଁ, ଖ୍ୟାତି ଏବଂ ଛବିକୁ କଳଙ୍କିତ କରିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି । ମୋର, ମୋର ପରିବାର ଏବଂ ମୋର ସମର୍ଥକଙ୍କୁ କଳଙ୍କିତ କରିବା ପାଇଁ ଅତି ଖରାପ ରାସ୍ତା ଆପଣାଇଛନ୍ତି ।

ଅନୁଭବ ମହାନ୍ତିଙ୍କ ଘନଘନ ଟ୍ୱିଟ୍ ଭିତରେ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟ ଏକ ଟ୍ୱିଟ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ଟ୍ୱିଟ୍ରେ ସାଇ ବାବାଙ୍କ ଫେଟୋ ଚିତ୍ର ସହ ଅରୁଆ ଚାଉଳ ଉପରେ ଦୀପ ଜଳୁଥିବା ଏକ ଚିତ୍ର ସେୟାର କରି ବର୍ଷା ଲେଖିଛନ୍ତି-

ନିରବତା ହିଁ ସବୁଠାରୁ ଶକ୍ତିଶାଳୀ ପ୍ରତିକ୍ରିୟା । ମନ୍ଦ ଉଦ୍ଦେଶ୍ୟ ନେଇ ଅନ୍ୟକୁ ପ୍ରଭାବିତ କରିବା ଉଚିତ ନୁହେଁ । ଆଇନ ତା ବାଟରେ ଯିବ ଓ ଆଇନ ପ୍ରମାଣ ଉପରେ ବିଶ୍ୱାସ କରେ । ସତ ହିଁ ପ୍ରକୃତ ବାସ୍ତବତା ଏବଂ  ଏହା ହିଁ ଶ୍ରେଷ୍ଠ । ମୋର ବୈବାହିକ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ମୋତେ ଆଶୀର୍ବାଦ ଦିଅନ୍ତୁ ।

ଏହି ଟ୍ୱିଟରେ ବି ବର୍ଷା ପ୍ରିୟଦର୍ଶିନୀ କାହା ନାଁ ଲେଖି ନାହାଁନ୍ତି । କିନ୍ତୁ ଏହା ସିଧାସଳଖ ଅନୁଭବଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା କୁହାଯାଇଛି । କିନ୍ତୁ ଏହି ଟ୍ୱିଟ୍ରେ ବର୍ଷା ନିଜର ବୈବାହିକ ଜୀବନକୁ ବଜାୟ ରଖିବାକୁ କହୁଥିବା ସ୍ପଷ୍ଟ ଜଣାପଡୁଛି ।  ବଡ଼ କଥା ହେଉଛି ଏଠି ଯେଉଁ ପ୍ରମାଣ କଥା କହିଛନ୍ତି ବର୍ଷା ସେ ସମ୍ପର୍କରେ ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି ଅନୁଭବ । ଯେଉଁଥିରେ ଅନୁଭବ ଲେଖିଛନ୍ତି-

– କିଛି ସମୟ ପୂର୍ବରୁ କେହି ଜଣେ ଟ୍ୱିଟ୍ କରି ଲେଖିଥିଲେ, ଆଇନ ପ୍ରମାଣ ଉପରେ ବିଶ୍ୱାସ କରେ । ମୁଁ ତାଙ୍କୁ ଅନୁରୋଧ କରୁଛି ପ୍ରମାଣକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଦୀର୍ଘ ୭ ବର୍ଷ ଧରି ମୁଁ ଓ ମୋର ପରିବାର ଯେଉଁ ଲୁହଭରା ଯନ୍ତ୍ରଣା ଦେଇ ଗତି କରିଛନ୍ତି, ତାହାର ଏକାଧିକ ପ୍ରମାଣ ଅଛି । ଯାହା ପର୍ଯ୍ୟାୟକ୍ରମେ ଆସିଯିବ ।

Leave a Reply

Your email address will not be published. Required fields are marked *