ଜେଲରେ କଟିଲା ରିୟାଙ୍କ ଦ୍ବିତୀୟ ରାତି
ମୁମ୍ବାଇ;–ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ବାଇକଲ୍ଲା ଜେଲରେ ଅଛନ୍ତି। ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ଦ୍ୱାରା ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କର ମୁମ୍ୱାଇର ବାଇକଲ୍ଲା ଜେଲ ହାଜତରେ କଟିଛି ଦ୍ବିତୀୟ ରାତି। ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଗୁରୁବାରକୁ ସ୍ଥଗିତ ରଖାଯାଇଛି। ଆଜି (ଶୁକ୍ରବାର) କୋର୍ଟ ନିଷ୍ପତ୍ତି ନେବେ ଯେ, ରିୟା ଜେଲରେ ରହିବେ ନା ତାଙ୍କୁ ବେଲ୍ ମିଳିବ।
ରିୟାଙ୍କୁ ଦ୍ୱିତୀୟ ଦିନରେ ସେହି ସମାନ କୋଠରୀରେ ରଖାଯାଇଥିଲା । ସେ ସକାଳ ୬ଟା ସମୟରେ ରୋଲ କଲରେ ଉଠିଲେ। ଏହା ପରେ ସେ ନିଜ କୋଠରୀକୁ ଯାଇଥିଲେ। ରିୟାଙ୍କୁ ସକାଳ ୭ଟା ୩୦ ମିନିଟ୍ରେ ଚା ସହ ଜଳଖିଆ ଦିଆଯାଇଥିଲା। ରିୟା ଜେଲ୍ରେ ମଧ୍ୟାହ୍ନ ଭୋଜନ କରିଥିଲେ। ଯେଉଁଥିରେ ଡାଲି, ଚାଉଳ, ରୋଟି, ଆଳୁ ତରକାରି ଦିଆଯାଇଥିଲା। ସନ୍ଧ୍ୟାରେ ରିୟା ରାତ୍ରିଭୋଜନ କରିଥିଲେ ଏବଂ ତାପରେ ସେ ତାଙ୍କ ସାଧାରଣ ବ୍ୟାରେକର ସର୍କଲ୍ ନମ୍ବର ୧ ସେଲରେ ରହିଥିଲେ ।
ସୂଚନାଯୋଗ୍ୟ ଯେ, ସୁରକ୍ଷା କାରଣରୁ ରିୟାଙ୍କୁ ଜେଲର ତଳ ମହଲାରେ ଏକ ଅଲଗା କୋଠରୀରେ ରଖାଯାଇଛି । ଏହା ସାଧାରଣ ବ୍ୟାରେଜ୍ ପାଖରେ ରହିଛି। ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଏହି ଜେଲରେ ଅଛନ୍ତି। ରିୟାଙ୍କ ସେଲ୍ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ କୋଠରୀ ପାଖରେ ରହିଛି। ଏହି ସେଲ୍ ଏକ ଲକ୍ଅପ୍ ପରି ରହିଚି। ତିନୋଟି ପାର୍ଶ୍ୱରେ କାନ୍ଥ ଅଛି ଏବଂ ଗୋଟିଏ ପାର୍ଶ୍ୱରେ ଲୁହାର ଗ୍ରିଲ୍ ରହିଛି । ଏହି ସେଲ୍ ଜେଲର ସର୍କଲ୍ -୧ ରେ ରହିଛି ।