ବିଦ୍ୟାଶ୍ରୀଙ୍କ ନାଁରେ ଖଇରା ଥାନାରେ କେସ୍ ଦେଲେ ଚିନ୍ମୟୀ,
ବାଲେଶ୍ୱର:- ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ଏତଲା । ବାଲେଶ୍ୱର ଖଇରା ଥାନାରେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ଉବୟ ବିଦ୍ୟାଶୀ ଓ ବିସ୍ମିତ ଦାସଙ୍କ ନାଁରେ ଏତଲା ଦେଇଛନ୍ତି ।
ଏତଲା ଦେବା ପରେ ଚିନ୍ମୟୀ କହିଛନ୍ତି ଯେ, ତାଙ୍କୁ ସାଇକୋ ଲେଡି କହି ବଦନାମ କରାଯାଉଛି । ତାଙ୍କ ନାଁରେ ଫେକ୍ ନ୍ୟୁଜ୍ ପ୍ରଚାର କରାଯାଉଛି । ଏପରି କରିବା ଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଥିବା ସେ କହିଛନ୍ତି ।
ପୂର୍ବରୁ ସେ ଏକ ସାକ୍ଷାତକାରରେ କହିଥିଲେ ଯେ. ଆଦିତ୍ୟଙ୍କ ସହ ତାଙ୍କର ସାଧାରଣ ପ୍ରେମ ସମ୍ପର୍କ ଥିଲା । କୌଣସି ଏକ ତରଫା ପ୍ରେମ ସମ୍ପର୍କ ନଥିଲା । ସାଇକୋ ଲେଡି କଥା ପୁରା ମିଛ । ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ସେତେବେଳେ କହିଥିଲେ । ଆଦିତ୍ୟଙ୍କ ବିବାହ ପରଠୁ ତାଙ୍କ ସହ କୌଣସି ସମ୍ପର୍କ ନଥିଲା । ଉଭୟଙ୍କ ମଧ୍ୟରେ ଫେସବୁକରୁ ସମ୍ପର୍କ ଗଢି ଉଠିଥିଲା । ଆଦିତ୍ୟଙ୍କ ସହ ସୁସମ୍ପର୍କ ଥିଲା । ଏପରିକି ସେ ଆଦିତ୍ୟଙ୍କ ଆଶ୍ରମକୁ ମଧ୍ୟ ବୁଲି ଯାଇଥିବା କହିଥିଲେ ।
ସେ ଆହୁରି କହିଥିଲେ ଯେ, ଆଦିତ୍ୟଙ୍କୁ ନ୍ୟାୟ ମିଳୁ । ଦୋଷୀ ସାମ୍ନାକୁ ଆସୁ । ଏପରିକି ବିସ୍ମିତ ଯାହା ଅଭିଯୋଗ ଆଣିଛନ୍ତି ସେ ତାହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ । ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ତାଙ୍କ ବିରୋଧରେ ମିଛ ଅପପ୍ରଚାର ହେଉଥିବା ମଧ୍ୟ ସେ କହିଥିଲେ ।