ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କୁ ଆଜି ପୁଣି ଏନସିବିର ଜେରା, ମୁଣ୍ଡ ଉପରେ ଝୁଲୁଛି ଗିରଫ ଖଣ୍ଡା

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି ତାଙ୍କୁ ଜେରା ପାଇଁ ଡକାଯାଇଛି। କୁହାଯାଉଛି ପ୍ରଶ୍ନର ଲମ୍ବା ତାଲିକା ଏନସିବି ପାଖରେ ରହିଛି। ଯାହାର ଉତ୍ତର ଏବେ ସୁଦ୍ଧା ରିୟା ଠିକ୍ ଭାବେ ଦେଇ ନାହାନ୍ତି। ଏଇ କାରଣ ପାଇଁ ତାଙ୍କୁ କ୍ରମାଗତ ଜେରା ପାଇଁ ଡକାଯାଉଛି। ଅନ୍ୟପକ୍ଷେ  ସିବିଆଇ କୁପର ହସପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା ଚଲାଇଛି। ଆସନ୍ତୁ ଜାଣିବା ମାମଲାର ଏବେ ସୁଦ୍ଧା ଘଟଣାକ୍ରମ:

– ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଅନୁଜ କେସବାନୀଙ୍କୁ ଡ୍ରଗ ପେଡଲିଙ୍ଗ୍ ଅଭିଯୋଗରେ ଗିରଫ କରିଛି। କାଇଜିନ୍ ଇବ୍ରାହିମଙ୍କୁ ଜେରା ବେଳେ ଅନୁଜଙ୍କ ନାଁ ସାମ୍ନାକୁ ଅାସିଥିଲା।

– ଜେରା ପାଇଁ ଆଜି ରିୟା ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଛନ୍ତି। ଆଜି ଏନିସିବି ଜେରାର ଦ୍ବିତୀୟ ଦିନ।

– ରିୟା ଗତକାଲି ଦିନ ୧୨ଟାରେ ପୋଲିସକର୍ମୀଙ୍କ ସହିତ ଏନସିବିରେ ପହଞ୍ଚିଥିଲେ। ଦୀର୍ଘ ୬ ଘଣ୍ଟା ତାଙ୍କୁ ଜେରା ଚାଲିଲା। ସେଠାରୁ ବାହାରିବା ପରେ ମଧ୍ୟ ପୋଲିସ୍ ତାଙ୍କ ସହ ଥିଲା।

– ଏନସିବି ଉପମହାନିର୍ଦେଶକ ଅଶୋକ ଜୈନ କହିଲେ ତାଙ୍କୁ ସୋମାବାର ଅର୍ଥାତ ଆଜି ମଧ୍ୟ ଜେରା ପାଇଁ ଡକାଯିବ।

– ଏଯାଏଁ କିଛି ତଥ୍ୟ ସାମ୍ନାକୁ ଆସି ନ ଥିଲେ ମଧ୍ୟ ରିୟା କହିଛନ୍ତି ସେ ମାଦକ ଦ୍ରବ୍ୟ ସେବନ ନିଜେ କରନ୍ତି ନାହିଁ ବରଂ ସୁଶାନ୍ତଙ୍କ ପାଇଁ ରଖନ୍ତି। ଏହାକୁ ଅାଧାର କରି ଏନସିବି ଗତକାଲି କୁପର ହସପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଛି।

ରବିବାରକୁ କ’ଣ ହେଲା:ଗତକାଲି ସକାଳେ ଶନିବାର ଦିନ ଗିରଫ ହୋଇଥିବା ସୁଶାନ୍ତଙ୍କ ଘରେ କାମ କରୁଥିବା ଦୀପେଶ ସାଓ୍ବନ୍ତଙ୍କୁ ସେପ୍ଟମ୍ବର ୯ ଯାଏଁ ଏନସିବି ହେପାଜତକୁ ପଠାଯାଇଛି। ତାଙ୍କୁ କାଲି ଏନସବି ଅଦାଲତରେ ହାଜତ କରାଇଥିଲା। ଅଦାତଲ ତାଙ୍କୁ ସେପ୍ଟଠମ୍ବର ୯ ଯାଏଁ ଏନସିବି ହେପାଜତକୁ ପଠାଇବା ନିର୍ଦେଶ ଦେଲେ।

ଏହା ସହ ଏ ମାମଲାରେ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତ ଘର ପରିଚାଳକ ସାମୁଏଲ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୩ରେ ଗିରଫ କରାଯାଇଛି।

ରିୟାଙ୍କ ଓକିଲ କ’ଣ କହିଲେ: ରିୟାଙ୍କ ଓକିଲ କହିଛନ୍ତି ସେ ନିର୍ଦେଶ । ଏ କାରଣ ଯୋଗୁ ସେ ଅଗ୍ରମୀ ଜାମିନ ପାଇଁ କୌଣସି ଅଦାଲତରେ ସମ୍ପର୍କ କରି ନାହାନ୍ତି। ରିୟା ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କାହାକୁ ପ୍ରେମ କରିବା ଅପରାଧ ତାହେଲେ ତାର ପରିଣାମ ସେ ଭୋଗିବେ।

ରିୟାଙ୍କ ବାପା ଇନ୍ଦ୍ରଜିତଙ୍କ ରାଗ: ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତୀ ପୁଅ ସୌଭିକ ଗିରଫ ହେବା ପରେ ରାଗିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘‘ବଧାଇ ହୋ ଇଣ୍ଡିଆ! ଆପଣ ମୋ ପୁଅକୁ ଗିରଫ କରି ନେଲେ। ମୋର ଦୃଢ଼ ବିଶ୍ବାସ ଆଗାମୀ ନମ୍ବର ମୋ ଝିଅର। ମାତ୍ର ଏକଥା ଜଣାନାହିଁ ଆଗାମୀ ନମ୍ବର କାହାର ଆସିବ। ଆପଣ ଗୋଟିଏ ମଧ୍ୟବିତ ପରିବାରକୁ ପ୍ରଭାବୀ ଢ଼ଙ୍ଗରେ ଛାରଖାର କରିଦେଲେ। ତେବେ ନ୍ୟାୟ ପାଇଁ ସବୁକିଛି ଠିକ୍। ଜୟ ହିନ୍ଦ!’’

Leave a Reply

Your email address will not be published. Required fields are marked *