ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ବର:- ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ । ଘଟଣାର କଣ ପଦକ୍ଷେପ ନିଆଯାଇଛି ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଲକୟଡାଉନ ସମୟରେ ରାଜଧାନୀରେ ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲା । ୧୩ ବର୍ଷର ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରାଯାଇଥିଲା । ଏଥିରେ ଏକ ଟିଭି ଚ୍ୟାନେଲର କର୍ମଚାରୀ ଓ ପୋଲିସ କର୍ମଚାରୀ ସାମିଲ ଥିବା ସୂଚନା ରହିଥିଲା । ଘଟଣା ଘଟିବାର ୩ ମାସ ପର୍ଯ୍ୟନ୍ତ ପୀଡିତାଙ୍କ ପରିବାର ଚାପରେ ଥିବା ଦର୍ଶାଇଥିଲେ ପୀଡିତାଙ୍କ ମା । ମହିଳା ଥାନାରେ ମାମଲା ରୁଜୁ ହେବାପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *