ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର , ଗାଁରେ ପହଂଚିପାରିଲା ନାହିଁ ଆମ୍ବୁଲାନ୍ସ, ବେଡସିଟ୍ ମେଡିକାଲ ଗଲେ ମହିଳା
ଚିତ୍ରକୋଣ୍ଡା:- ଉପାନ୍ତରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡା ଅଂଚଳରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପହଁଚି ପାରିଲାନି ଆଂବୁଲାନ୍ସ । ଦୋଳାରେ ୪ କିଲୋମିଟର ବାଟ ବେଡସିଟ୍ ଭାରାରେ ନେବା ପରେ ଡାକ୍ତରଖାନାକୁ ନେଇଥିଲେ । ଚିତ୍ରକୋଣ୍ଡା ପଂଚାୟତ ସମିତିର ଦୁର୍ଗମ ପାହାଡିଆ ଅଂଚଳ କପାତୁଟି ପଂଚାୟତ ତିଆଲୁମା ଗାଁକୁ ନାହିଁ ଭଲ ରାସ୍ତା । ମାରଗେଲ୍ ଆୟମାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢିବା ପରେ ପରିବାର ଓ ଗାଁ ଲୋକେ ତାଙ୍କୁ ଦୋଳାରେ ଧରି ବାହାରିଥିଲେ ଡାକ୍ତରଖାନା ।ପାହାଡିଆ ଗାଁ ପେଡାଲାଙ୍କା, ମାରିଗୁଡା ଏବଂ ଗମେଂଟଗୁଡା ଗାଁ ପାର ହୋଇ କପାତୁଟି ପଂଚାୟତରେ ପହଁଚିଥିଲେ । ଏହି ଠାରୁ ଦୋଳାରୁ ବାହାର କରି ଗର୍ଭବତୀଙ୍କୁ ଆଂବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଗୁରୁତର ଗର୍ଭବତୀ ଡାକ୍ତରଖାନାରେ ସନ୍ତାନଟିଏ ଜନ୍ମ ଦେଇଥିଲେ । କିନ୍ତୁ ନବଜାତଟି ଦୁନିଆ ଦେଖିବା ଆଗରୁ ଆଖି ବୁଜି ଦେଇଥିଲା । ମାଆ ବଂଚି ଯାଇଛନ୍ତି ।