ବାଳୁଙ୍ଗା ଟୋକାର ବାଳୁଙ୍ଗାମି, ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କହିଲେ, ଅନେକ ଝିଅଙ୍କ ସହ ସମ୍ପର୍କ ରଖିଛନ୍ତି ଅନୁଭବ,କୋଟରେ ପହଞ୍ଚିଲା ମାମଲା

କଟକ,:- ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବିଉଟି କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଭଳି ସାଂଘାତିକ ଅଭିଯୋଗ । ଚର୍ଚ୍ଚିତ ଯୋଡିଙ୍କ ଘରେ ଉଠିଥିବା ଝଡ ଏବେ କୋର୍ଟ-କଚେରୀ ଦେଇ ଏକ ଭିନ୍ନ ମୋଡକୁ ପହଞ୍ଚିସାରିଛି ।ତେବେ କୋର୍ଟରେ ଦାଖଲ କରିଥିବା ପିଟିସନରେ ଅନୁଭବଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି, ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଛନ୍ତି, ଅନେକ ଝିଅଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ବହୁ ଝିଅଙ୍କ ସହ ଅନୁଭବ ମହାନ୍ତି ସମ୍ପର୍କ ରଖିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ଵର୍ଷା ତାଙ୍କ ପିଟିସନରେ ସ୍ୱାମୀ ଅନୁଭବଙ୍କ ବିରୋଧରେ ଏକାଧିକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଦଫାରେ ଅନୁଭବଙ୍କ ବିରୋଧରେ ମୋକଦ୍ଦମା ହୋଇଥିବା ଜଣାଯାଇଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ସ୍ୱାମୀ ଅନୁଭବଙ୍କଠାରୁ ନିଜର ଭରଣ ପୋଷଣ ଆକାରରେ ଘରଭଡା ଵାଵଦକୁ ୨୦ହଜାର ଟଙ୍କା,ମାସିକ ଭରଣ ପୋଷଣ ପାଇଁ ୫୦ହଜାର ଟଙ୍କା, କ୍ଷତିପୁରଣ ଵାଵଦକୁ ୧୩କୋଟି ଟଙ୍କା, ନିଜର ଚିକିତ୍ସା ଖର୍ଚ୍ଚ ତଥା ନିଜ ରୋଜଗାର ହରାଇଵା କାରଣ ଲାଗି ସ୍ୱାମୀ ଅନୁଭବଙ୍କଠାରୁ ୨କୋଟି ଟଙ୍କା ଦାଵି କରିଛନ୍ତି ।

ତେଵେ ଵର୍ତ୍ତମାନ ପରିସ୍ଥିତିରେ ଵର୍ଷାଙ୍କ ପରିଵାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଵାକୁ ମନା କରିଦେଇଛନ୍ତି। ସେପଟେ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଅନୁଭଵ କହିଛନ୍ତି ଯେ,ଏ ପର୍ଯ୍ୟନ୍ତ ମାମଲାର କୌଣସି ନୋଟିସ ତାଙ୍କ ପାଖରେ ପହଞ୍ଚି ନାହିଁ। ଅନ୍ୟପକ୍ଷରେ  ଆସନ୍ତା ୭ ତାରିଖ ଦିନ କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ଉପରେ ଶୁଣାଣି ହେବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *