ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ

ଦଣ୍ଡ ମଲକାପୁର:-ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାୟଡ଼ୁ ଶନିବାର ଏକ ବଡ଼ ଧରଣର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି। ତାଙ୍କ ଏସ୍କର୍ଟ କାର ଅଚାନକ ବ୍ରେକ୍‌ କଷିବା ଯୋଗୁ ପଛରେ ଥିବା କାରଟି ତାକୁ ସିଧା ଧକ୍କା ଦେଇଥିଲା।  ତେବେ ତୃତୀୟ କାରରେ ଚନ୍ଦ୍ରବାବୁ ଥିଲେ। ଏଣୁ ଡ୍ରାଇଭରଙ୍କ ଚତୁରତା ଯୋଗୁ କାର ଓ ଚନ୍ଦ୍ରବାବୁ ଏକ ନିଶ୍ଚିତ ଦୁର୍ଘଟଣାକୁ ଟାଳିଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଜଧାନୀ ଅମରାବତୀରୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନକୁ ଫେରୁଥିଲେ। ତାଙ୍କ କାରକେଡ୍ ଜାତୀୟ ରାଜମାର୍ଗରେ ଆଗେଇ ଯାଉଥିବା ବେଳେ ତେଲେଙ୍ଗାନା ୟେଦାଦ୍ରୀ ଭୁବନଗିରି ଜିଲ୍ଲା ଦଣ୍ଡ ମଲକାପୁର ନିକଟରେ ଅଚାନକ ଏସ୍କର୍ଟ ଗାଡି ଆଗକୁ କୌଣସି ବାହନ ଆସିଯାଇଥିଲା।  ଫଳରେ ଚାଳକ ଅଚାନକ ବ୍ରେକ୍‌ ଲଗାଇଥିଲେ।

ଏସ୍କର୍ଟ ଗାଡିକୁ ପଛରେ ଥିବା ଗାଡିଟି ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡିର ଚାଳକ ଓ ବସିଥିବା ସୁରକ୍ଷା କର୍ମୀମାନେ ଅଳ୍ପ ବହୁତେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଅନ୍ୟ ଏକ ଗାଡିରେ ହସ୍ପିଟାଲ ପଠାଇ ଚନ୍ଦ୍ରବାବୁ ନିଜ ଗାଡିରେ ଏକାକୀ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *