କେରଳରେ ଇସ୍ତଫା ଦେଲେ ୯୦୦ ଡାକ୍ତର

ଥିରୁଅନନ୍ତପୁରମ:- କରୋନା ମହାମାରୀ ସହ ଦେଶର ଲଢ଼େଇରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି । ଏହାର ପ୍ରତିବଦଳରେ ସେମାନଙ୍କୁ ଜୀବନ ବୀମା ସହ ମୋଟା ଅଙ୍କର ଦରମା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେରଳ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ପାଖାପାଖି ୯୦୦ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି । ଏହି ଡାକ୍ତରମାନଙ୍କୁ କୋଭିଡ କେୟାର କେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ଏମାନେ ଚଳିତବର୍ଷ ସରକାରୀ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ ।

ସଦ୍ୟ ସ୍ନାତକ ହାସଲ କରିଥିବା ୧୦୮୦ ଜଣ ଡାକ୍ତରୀ ଛାତ୍ର କୋଭିଡ କେୟାର କେନ୍ଦ୍ରରେ ଅସ୍ଥାୟୀ ରୂପେ ନିଯୁକ୍ତି ପାଇଥିଲେ । ସେମାନଙ୍କୁ ମାସିକ ୪୨,୦୦୦ ଟଙ୍କା ଦରମା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ସେମାନଙ୍କୁ ମାତ୍ର ୨୭,୦୦୦ ଚଙ୍କା ମାସିକ ଦରମା ଦିଆଯାଇଛି । ଏ ନେଇ ସେମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ମିଳିତ ଭାବେ ୮୭୦ ଜଣ ଡାକ୍ତର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେମାନେ କେରଳ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନିଜ ଇସ୍ତଫା ସମ୍ପର୍କରେ ଅବଗତ କରାଇଛନ୍ତି

Leave a Reply

Your email address will not be published. Required fields are marked *