ଖେଳାଳିଙ୍କ କୋଭିଡ ପରୀକ୍ଷା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିବ ବିସିସିଆଇ
ନୂଆଦିଲ୍ଲୀ:- ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଖେଳାଳିଙ୍କ କୋଭିଡ୍ ପରୀକ୍ଷା କରିବା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ପ୍ରାୟ ୧୦କୋଟି ଟଙ୍କା ବଜେଟ୍ କରିଛି । ଏଥିପାଇଁ ୟୁଏଇର ଏକ କମ୍ପାନୀ ଭିପିଏସ ହେଲଥ କେୟାରକୁ ନିୟୋଜିତ କରାଯାଇଛି । ଅଧିକରୁ ଅଧିକ ପରୀକ୍ଷା କରିବା ପାଇଁ ଟାର୍ଗେଟ ରଖାଯାଇଛି ।
ଅଧିକାରୀଙ୍କ କହିବାନୁଯାୟୀ, ବିସିଆଇ କୋଭିଡ୍ ପରୀକ୍ଷା ୧୦କୋଟି ଟଙ୍କା ଖର୍ଚ୍ଚ କରିବ । ପ୍ରାୟ ୭୫ଜଣ ସ୍ୱାସ୍ଥ୍ୟ କର୍ମୀ ଆଇପିଏଲ ପରୀକ୍ଷା ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ । ଖେଳାଳି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଏକ ପୃଥକ ହୋଟେଲରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି । ଏଥିରେ ପ୍ରାୟ ୫୦ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ପରୀକ୍ଷା ପ୍ରକ୍ରିୟା ସହିତ ସଂଲଗ୍ନ ହୋଇଥିବାବେଳେ ଅନ୍ୟ ୨୫ ଜଣ ଲ୍ୟାବ ଏବଂ ଡକ୍ୟୁମେଣ୍ଟେସନ୍ କାର୍ଯ୍ୟରେ ନିୟୋଜିତ କରାଯାଇଛି ।