ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜିଟିଭ
ନୂଆଦିଲ୍ଲୀ:-ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ | ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ସଂକ୍ରମଣର ଶିକାର ହେଉଛନ୍ତି | ନେତା, ରାଜନେତା, ଅଭିନେତା ସମସ୍ତେ କରୋନା ସଂକ୍ରମଣର ଶିକାର ହେଉଛନ୍ତି | ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନାରେ ସଂକ୍ରମିତ ହୋଇଛନ୍ତି | ସେ ଟ୍ୱିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି |
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | ସେଥିପାଇଁ ସେ ହୋମ କ୍ଵାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି | ସେ ଘରୁ ସବୁ କାମ କରିବେ ବୋଲି କହିଛନ୍ତି | ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନେ ସାବଧାନତା ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନିଜକୁ ହୋମ କ୍ଵାରେଣ୍ଟାଇନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି |