ଜେରା ବେଳେ ଫୋନ୍‌ରେ କଥା ହେଉଥିଲେ ରିୟା ! ସିବିଆଇ ଅଫିସର ଶୁଣାଇ ଦେଲେ ବେଶ କଡ଼ା କଥା

ମୁମ୍ବାଇ:- ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କୁ କ୍ରମାଗତ ଚାରି ଦିନ କାଳ ସିବିଆଇ ଡିଆରଡିଓ ଗେଷ୍ଟ୍ ହାଉସରେ ଜେରା କରିଛି। ଟାଇମ୍ସ ନାଓର ରିପୋର୍ଟ ଅନୁସାରେ ଦ୍ବିତୀୟ ଦିନ ଜେରାରେ ରିୟା ତାଙ୍କ ଫୋନ୍ ବ୍ୟବହାର କରୁଥିଲେ।

ଯେଉଁ ସମୟରେ ରିୟାଙ୍କ ଜେରା ଚାଲିଥିଲା, ସେ ସମୟରେ ସେ ଫୋନରେ ତାଙ୍କର କଲ୍ ଚାଲିଥିଲା। ଏଭଳି ଏକ ଖୁଲାସା ରିୟାଙ୍କ ଫୋନ୍ ଡିଟେଳ୍ସରୁ ହୋଇଛି। ଏବେ ପ୍ରଶ୍ନ ଉଠିଛି କ’ଣ ଜେରା ସମୟରେ ରିୟାଙ୍କୁ କଲ୍ କରିବାର ଅନୁମତି ଥିଲା? କାରଣ ଜେରା ବେଳେ ଫୋନ୍ ବ୍ୟବହାର ନିୟମ ଭାଙ୍ଗିବା ସହ ସମାନ। ଏଣୁ ରିୟା ନିୟମ ଉଲ୍ଲଘଂନ କରିଛନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଏଭଳି କିଛି ପ୍ରଶ୍ନ ଉଠିଛି। ତେବେ ସିବିଆଇ କହିଛି ଇଣ୍ଟେରୋଗେସନ୍ ରୁମକୁ ଫୋନ୍ ନେବାର ଅନୁମତି ନାହିଁ।

Leave a Reply

Your email address will not be published. Required fields are marked *