ଭାରତ-ଚୀନ ସୀମାରେ ସ୍ଥିତି ସମୀକ୍ଷା କଲେ ଏନଏସଏ ଅଜିତ ଡୋଭାଲ
ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ଦିନକୁ ଦିନ ସ୍ଥିତି ଅଣାୟତ ହେଉଛି । ସୀମା ବିବାଦକୁ କେନ୍ଦ୍ରକରି ସୀମାରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଠି ହେଉଛି । ସୀମାରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ବିଚାର ବିମର୍ଶ ଜାରି ରହିଛି । ଏହାକୁ ନେଇ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୀମାରେ ସ୍ଥିତି ସମୀକ୍ଷା କରିଛନ୍ତି । ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ସୀମାରେ ଆଲୋଚନା କରିଛନ୍ତି ।
ସେପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ସିଡିଏସ ବିପିନ ରାଓ୍ବତ, ସେନା ମୁଖ୍ୟ ଏମଏମ ନରଭଣେ ଏବଂ ଡିଜିଏମଓ ସାମିଲ ରହିଛନ୍ତି । ଆଗାମୀ ଦିନରେ ଚୀନ ସହ କିଭଳି ମୁକାବିଲା କରାଯିବ ସେ ନେଇ ଆଲୋଚନା ଜାରି ରହିଛି । ଚୀନ ପକ୍ଷରୁ ଦିଆ ଯାଇଥିବା ବିଭିନ୍ନ ପ୍ରସ୍ତାବକୁ ଭାରତ ପ୍ରତ୍ୟାକ୍ଷାନ କରିଛି । ଏହାକୁ ନେଇ ସୀମାରେ ଚୀନ୍ ପକ୍ଷରୁ ସେନା ବଢାଇ ଦିଆଯାଇଛି ।
ସୂଚନା ଥାଉକି ଗତ ଶନିବାର ଓ ରବିବାର ମଧ୍ୟରାତ୍ରୀରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଗ ସୋ ନିକଟ ଭାରତୀୟ ଅଂଚଳରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଦୃଢ ଯବାବ ଦେବାପରେ ଏହି ନୂତନ ଉତ୍ତେଜନା ସୃଷ୍ଟି ହୋଇଛି ।