ସାଂସଦଙ୍କ ନାଁରେ ଜାଲ ଦସ୍ତଖତ କରି ୨ ଠକ ଗିରଫ
ବାରିପଦା:-ସାଂସଦଙ୍କ ନାଁରେ ଜାଲ ଦସ୍ତଖତ କରି ଧରା ପଡିଲେ ୨ ଠକ। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ସାଂସଦ। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଖୋଦ୍ ସାଂସଦ ବିଶ୍ବେଶ୍ବର ଟୁଡୁ। ସାଂସଦଙ୍କ ସହ ରହି ଆସୁଥିବା ୨ ଜଣ ବ୍ୟକ୍ତି ସାଂସଦଙ୍କ ପ୍ୟାଡ୍ ଏବଂ ଦସ୍ତଖତକୁ ଜାଲ କରି ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ଅଧିନରେ ଏକ ରାସ୍ତା କାମକୁ ହେରଫେର୍ କରିବାକୁ ଚେଷ୍ଟା କରିଥିଲେ।
ତେବେ ଏ ସଂପର୍କରେ ଜାଣିବା ପରେ ସାଂସଦ ବାରିପଦା ଟାଉନ ଥାନାରେ ଗତକାଲି ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଆଜି ମୁଖ୍ୟ ଅଭିଯୁକ୍ତ ହେମନ୍ତ କୁମାର ସୋରେନ ଏବଂ ସହଯୋଗୀ ଶୈଳେସ କୁମାର ଗିରିକୁ ପୋଲିସ ଗିରଫ କରିଛି।