ବାଲିପାଟଣାରେ ବନ୍ୟା ପରିସ୍ଥିତି ଗମ୍ଭୀର

ବାଲିପାଟଣା:-ବାଲିପାଟଣା ବ୍ଲକକୁ ଚର୍ତୁପାଶ୍ୱର୍ରୁ ଘେରିଥିବା କୁଶଭଦ୍ରା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିଶେଷ କ୍ଷତି ନ କରିଥିଲେ ବି ଧନୁଆ ନଦୀ ଓ ଅଚ୍ୟୁତପୁର କାଜ ଦ୍ୱାରା ୫ ପଞ୍ଚାୟତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଚଳିତବର୍ଷ କୁରୁଞ୍ଜିିପୁର, ପମ୍ପାଲୋ, ରାଜସ, ଆଳେଶି ଶାସନ ଓ ତୁରିନ୍ତିରା ଗ୍ରାମପଞ୍ଚାୟତର ହଜାର ହଜାର ହେକ୍ଟର ଧାନ ଜମି ଜଳମଗ୍ନ ହୋଇଛି । ୪୦ ରୁ ଊଦ୍ଧ୍ୱର୍ ଗାଁରେ ପାଣି ପଶିବାରୁ ପାଣି ଘେରରେ ଲୋକେ ରହି ଛଟପଟ ହେଉଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ ପ୍ରଦାନ ପାଇଁ ଦାବି ହୋଇଛି । ଉପର ମୁଣ୍ଡରୁ ବର୍ଷା ଛାଡିଯିବାରୁ ହିରାକୁଦର ଗେଟ୍‌ ମଧ୍ୟ ବନ୍ଦ ହୋଇଛି । ଉପର ମୁଣ୍ଡରେ ବନ୍ୟା ପ୍ରକୋପ କମୁଥିବା ବେଳେ ତଳ ମୁଣ୍ଡର ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏବେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ଜଳ ସମ୍ପଦ ଅଧିକାରୀଙ୍କ କହିବା ମୁତାବକ ୪/୫ ଦିନ ଲାଗିବ ବନ୍ୟା ଜଳ ନିଷ୍କାସନ ହେବାକୁ । ଏପରି ହେଲେ ଧାନ ଫସଲ ଗୁଡିକ ପାଣିରେ ପଚିସଢ଼ି ଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୃଷି ଅଧିକାରୀ ତରୁଣ କୁମାର ସାମନ୍ତରାୟ କହିଛନ୍ତି ।ବନ୍ୟା ସମୟରେ ବନ୍ୟା ଘେରରେ ଥିବା ଲୋକଙ୍କର ସାଧାରଣତଃ ଥଣ୍ଡା, କାଶ, ଜ୍ୱର ଓ ଝାଡ଼ା ବାନ୍ତି ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଅନେକ ବିଷଧର ସାପ ମଧ୍ୟ ବନ୍ୟା ଜଳରେ ବାହାରି ଲୋକଙ୍କୁ ଆଘାତ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ତରଫରୁ ମେଡିକାଲ ଅଫିସର ମନରୋରଞ୍ଜନ ହାତୀ ଓ କ୍ଷେତ୍ର ମୋହନ ବେହେରା ୨ଟି ଟିମ୍‌ ଗଠନ କରିଛନ୍ତି । ପ୍ରଥମ ଟିମ୍‌ କୁରୁଞ୍ଜିିପୁର ଗ୍ରାମପଞ୍ଚାୟତର ଦଳକଷଟି ଠାରେ ଡଃ ଶୈଳେଶ ନନ୍ଦନ ନନ୍ଦଙ୍କୁ ମୋବାଇଲ ନଂ ୯୯୩୮୯୮୯୦୦୬ ଓ ପମ୍ପାଲୋ ଗ୍ରାମପଞ୍ଚାୟତର ଟିଙ୍କିପଡା, ବେଲମରା, କୃଷ୍ଣପୁର ଆଦି ଅଂଚଳ ପାଇଁ ଡଃ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କୁ ମୋବାଇଲ ନଂ ୯୪୩୭୨୧୧୧୨୩ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ସାପ କାମୁଡା ପାଇଁ ୫୦ ଟି ଏ.ଏସ୍‌. ଭି ( ଆଣ୍ଟି ସ୍ନେକ୍ସ୍‌ ଭ୍ୟାକସିନ) ଟିକା ରଖିବା ସହ ୫ ଟି ପଞ୍ଚାୟତକୁ ଘରଘର ବୁଲି ସ୍ୱାସ୍ଥ୍ୟସେବା ଯୋଗାଇବେ । ବନ୍ୟା ଘେରରେ ଥିବା ୫ ଟି ପଞ୍ଚାୟତର ୧୩ଟି ଗାଁର ୨୪୮୮ ଗୋରୁ ଗାଈ, ୧୩୮୭ ଟି ଛେଳି ମେଣ୍ଢା ଏବେ ଗୃହବନ୍ଦୀ । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୩ ଦିନ ପାଇଁ ରିଲିଫ୍‌ ପ୍ରଦାନ କରାଯିବ । ଗାଈ ଗୋରୁ ପିଛା ଦିନକୁ ୧ କିଲୋ ହିସାବରେ ୩ ଦିନକୁ ୭୪ କୁଇଣ୍ଟାଲ ୬୪ କେଜି ଦାନା ଓ ଛେଳି ମେଣ୍ଢାଙ୍କ ପାଇଁ ୭୫୦ ଗ୍ରାମ ଲେଖାଏ ୧୦ କୁଇଣ୍ଟାଲ ୪୦ କେଜି ଦାନା ଯୋଗାଇ ଦେବାକୁ ବାଲିପାଟଣା ପ୍ରାଣୀ ଚିକିତ୍ସକ ଡଃ ମାନସ କୁମାର ଚନ୍ଦ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବିଷ୍ଣୁଚରଣ ସାହୁଙ୍କୁ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *