ଦୀପାବଳୀକୁ ଥମିଯିବ କରୋନା- କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ – କରୋନାର ଆତଙ୍କକୁ ଦେଖି ପୁରା ବିଶ୍ୱର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ପାଖାପାଖି ୧୭୦ଟି ଭାକ୍‌ସିନ୍‌ ଉପରେ କାମ ଚାଲୁ ରହିଛି ।  ବିଶ୍ୱ ସ୍ୱାସ୍ଥ୍ୟ  ସଙ୍ଗଠନ  ମୁତାବିକ୍‌ ସାରା ବିଶ୍ୱରେ ଅତି କମ୍‌ରେ  ୩୦ଟି ଭାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ୍‌ ଶେଷ ପର୍ଯ୍ୟାୟରେ । ଯେଉଁଥିରେ ଭାରତର କୋଭାକସିନ୍‌ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ତୋଭିଶିଲଡ୍‌ ମଧ୍ୟ ସାମିଲ୍‌ ଅଛି ।

କରୋନା ଭାଇରସ୍‌କୁ ନେଇ  ଏବେ ବହୁତ ବଡ଼  ଆଶ୍ୱାସନାର ଖବର ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ  ଡାକ୍ତର  ହର୍ଷବର୍ଦ୍ଧନ  ଦାବି କରିଛନ୍ତି ଯେ, ଚଳିତ ବର୍ଷ  ଦୀପାବଳୀ ଭିତରେ  କରୋନା ଭାଇରସ୍‌ ଆୟତ୍ତକୁ ଆସିଯିବ । ଡାକ୍ତର ବର୍ଷବର୍ଦ୍ଧନ  ଅନନ୍ତ କୁମାର ଫାଉଣ୍ଡେସନ ତରଫରୁ  ଆୟୋଜିତ  ‘ନେସନ ଫର୍ଷ୍ଟ’ ୱେବିନାର ସିରିଜ୍‌ର ଉଦ୍‌ଘାଟନ କରି  ଏହି କଥା କହିଛନ୍ତି ।  ହର୍ଷବର୍ଦ୍ଧନଙ୍କର କହିବା କଥା ହେଲା ଦେଶ ଏହି ମହାମାରୀରୁ ମୁକ୍ତି ପାଇବାରେ ବହୁତ ଆଗରେ ରହିଛି ।

ହର୍ଷବର୍ଦ୍ଧନ କହିଛନ୍ତି ,  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି  ଏହାକୁ ନେଇ  ଏକ ସମିତି  ମଧ୍ୟ ତିଆରି କରିଛନ୍ତି ।  ଯାହାର ଦାୟିତ୍ୱ  ମୁଁ ନେଇଛି ଏବଂ  ଏବେ ସୁଦ୍ଧା ଆମେ  ୨୨ଥର ଭେଟାଭେଟି ହୋଇସାରିଲୁଣି । ସେ କହିଥିଲି ଫେବ୍ରୁୟାରୀ ଯାଏ  ଦେଶରେ  କେବଳ ଗୋଟିଏ ଲ୍ୟାବ୍‌ ଥିଲା , ଯାହାକୁ ବଢ଼ାଇ ଏବେ ୧୫୮୩ କରିଦିଆ ଯାଇଛି ।   ଏଥିରୁ  ୧,୦୦୦ରୁ ଅଧିକ ସରକାରୀ ଲ୍ୟାବ୍‌ । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କି  ଦେଶରେ ପ୍ରତିଦିନ ପାଖାପାଖି ୧୦ ଲକ୍ଷର ଟେଷ୍ଟ କରାଯାଉଛି , ଯାହା ଆମର ଲକ୍ଷ୍ୟ ଠାରୁ ବହୁତ ଆଗରେ ।

Leave a Reply

Your email address will not be published. Required fields are marked *