ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓର ହେବ ନବୀକରଣ । ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡ଼ିଓକୁ ନୂଆ ରୂପ ଦେବାପାଇଁ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ପ୍ରତିଷ୍ଠା ହେବ। ଷ୍ଟୁଡିଓକୁ ନୂଆ ରୂପରେଖ ଦେବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ସେହିଭଳି ପ୍ରତିଯୋଗିତାମୂଳକ ଓ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ। ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ ରଖାଯାଇଛି। ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମତି ମଳିିବ।କଳିଙ୍ଗ ଷ୍ଟୁଡ଼ିଓର ବିକାଶ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ। ସେଠାରେ ସେ ଫିଲ୍ଡର ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏଥି ସହିତ ଶ୍ରୀ ମହାପାତ୍ର ଶିଳ୍ପ ବିଭାଗକୁ ପୁନର୍ବିନ୍ୟାସ ଯୋଜନା ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତନ ଅତ୍ୟାଧୂନିକ ଷ୍ଟୁଡ଼ିଓରେ ମୁଖ୍ୟତଃ ତିନିଟି ଜୋନ୍ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଜୋନ୍-୧ ରେ ଇନ୍ଡୋର ସୁଟିଂ ଫ୍ଲାେର୍, ସୁଟିଂ ମୁଖଶାଳା, ଫିଲ୍ମ-ଟେକ୍ ଜୋନ୍, ବ୍ୟବସାୟିକ ସ୍ଥାନ, ଖୋଲା … Read More