ପ୍ରତାପ ଷଡଙ୍ଗୀଙ୍କ ବାଡିରେ ଭାଲୁ

ନୀଳଗିରି:-କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ବାଡିରେ ଭାଲୁ ପସିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ସ୍ଥିତ ଘର ବାଡିରେ ଭାଲୁଟି ପସିଥିବାର ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଭୋର ସମୟରେ ଭାଲୁ ପଲ ଜଙ୍ଗଲକୁ ପଳାଇଥିବା ବେଳେ ସେହି ପଲରୁ ଗୋଟିଏ ଭାଲୁ ରହିଯାଇଥିଲା । ପ୍ରଥମେ ଗୋପୀନାଥପୁର ଶାସନର ପରମାନନ୍ଦ ପତିଙ୍କ ବାଡ଼ିରେ ରହିଥିଲା । ତାପରେ ଭାଲୁଟି ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ବାଡ଼ିରେ ପସିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଭାଲୁଟି ବୁଦା ମୂଳରେ ଲୁଚିରହିବା ପରେ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।ଖବର ପାଇ ବନବିଭାଗ ଭାଲୁଟି କାଳେ ଗାଁ କିମ୍ବା କାହା ଘରେ ପଶି କ୍ଷତି ଘଟାଇବ ସେଥିପାଇଁ ଜଗି ରହିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ଲୋକ ଭୟରେ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *