ଚାକିରି ଖୋଜୁଥିଲେ ହୋଇଯାଅନ୍ତୁ ସାବଧାନ, ଚାକିରୀ କରାଇ ଦେବାକୁ କହି କନ୍ସଲଟାନ୍ସି ସଂସ୍ଥା ଲୁଟୁଛନ୍ତି ଟଙ୍କା,
ଭୁବନେଶ୍ୱର: -ଲକ ଡାଉନ ଏବଂ ସଟଡାଉନ ଯୋଗୁ ଅନେକ ଲୋକେ ଚାକିରୀ ହରାଇଛନ୍ତି। ଲକଡାଉନ କୋହଳ ହେବା ପରେ ରାଜଧାନୀକୁ ଚାକିରି ଅନ୍ବେଷଣରେ ବିଭିନ୍ନ ଜିଲ୍ଲାର ଯୁବକଯୁବତୀ ଅାସୁଛନ୍ତି। ହେଲେ ଅନେକ ଠକ ସେମାନଙ୍କୁ ଚାକିରୀ ଦେବା ଆଳରେ ଠକେଇ କରୁଛନ୍ତି। ଏଠାରେ ଗଢ଼ି ଉଠିଥିବା କେତେକ କନ୍ସଲଟାନ୍ସି ସଂସ୍ଥା ଏହି ଯୁବକଯୁବତୀମାନଙ୍କୁ ଠକେଇ କରୁଥିବା ଅଭିଯୋଗ ହୋଇଛି। ହେଲେ କମିଶନରେଟ ପୋଲିସ ଏହି ସଂସ୍ଥାଗୁଡ଼ିକ ଉପରେ ନଜର ରଖୁ ନ ଥିବାରୁ ସେମାନଙ୍କ କାରନାମା ବଢ଼ିବାରେ ଲାଗିଛି । ବିଶେଷକରି ଏବେ ସୋସିଅାଲ୍ ମିଡିଅା ମାଧ୍ୟମରେ ଏହି ସଂସ୍ଥାମାନେ ବିଭିନ୍ନ କମ୍ପାନୀରେ ପିଲାଙ୍କୁ ଚାକିରି କରାଇ ଦେବାକୁ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ପଢ଼ି ଏଠାକୁ ଅାସୁଥିବା ଯୁବକଯୁବତୀଙ୍କୁ ପ୍ରଥମେ ନାମ ରେଜିଷ୍ଟ୍ରେଶନ କରିବାକୁ କୁହାଯାଉଛି। ନାମ ରେଜିଷ୍ଟ୍ରେଶନ କରୁଥିବା ପିଲା ୩୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି। ଏହାପରେ ସେମାନଙ୍କୁ ଚାକିରି ପାଇଁ ବିଭିନ୍ନ ସଂସ୍ଥାକୁ ପଠାଯାଉଛି। ହେଲେ ସେମାନଙ୍କୁ ସେଠାରେ ଚାକିରି ମିଳି ପାରୁନାହିଁ। ଏପରି କି ଏହି ସଂସ୍ଥାମାନେ ଏକାଧିକ କମ୍ପାନୀକୁ ପିଲାମାନଙ୍କୁ ପଠାଉଥିଲେ ମଧ୍ୟ କୌଣସି ସ୍ଥାନରେ ସେମାନଙ୍କୁ ନିଯୁକ୍ତି ମିଳି ପାରୁନାହିଁ। ସେମାନଙ୍କୁ ଠକ ସଂସ୍ଥାମାନେ ନିରାଶ ନ କରି ୬ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଦେବାକୁ କହି ବୁଝାଇ ଦେଉଛନ୍ତି। ମାତ୍ର ପରର୍ବୀତ୍ତି ସମୟରେ ସେହି ପିଲାମାନଙ୍କୁ ନିଯୁକ୍ତି ମିଳି ପାରୁନାହିଁ। ସେହିପରି ଅ୍ଯନ୍ୟ କେତେକ ସଂସ୍ଥା ଅଛନ୍ତି ଚାକିରି କରାଇ ଦେଲେ ପ୍ରଥମ ମାସ ଦରମାର ୫୦ ପ୍ରତିଶତ ନେବେ ବୋଲି କହୁଛନ୍ତି। ହେଲେ ସେମାନେ ମଧ୍ୟ ଚାକିରି ଦେଇ ନ ପାରି ନିରାଶ କରୁଛନ୍ତି। ଭୁବନେଶ୍ୱରର ପ୍ରତେକ ଗଳିକନ୍ଦିରେ ଏଭଳି ସଂସ୍ଥା ଗଢ଼ି ଉଠୁଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ରହିଛି ଯଦି କେହି କୌଣସି ସେବା ସଂସ୍ଥା ଖୋଲିଵ ତେବେ ସେମାନେ ପ୍ରଥମେ ନାମ ରେଜିଷ୍ଟ୍ରେଶନ କରିବା କଥା। କିନ୍ତୁ ଏ ସବୁ ସଂସ୍ଥାଗୁଡ଼ିକ ମାଳମାଳ ଖୋଲୁଥିଲେ ମଧ୍ୟ କେହି ରେଜିଷ୍ଟ୍ରେଶନ କରୁନାହାନ୍ତି। ଅତୀତରେ ଦେଖାଯାଇଛି ଯେ, ଠକ ସଂସ୍ଥା ଦ୍ୱାରା ଶିକାର ହୋଇ ଥାନାକୁ ଯାଉଥିବା ଅନେକ ଯୁବକଯୁବତୀ ନ୍ୟାୟ ପାଇବାରୁ ବଞ୍ଚୀତ ହେଉଛନ୍ତି। ଏଠାରେ ପ୍ରଶ୍ନଉଠୁଛି ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?। ସେହିପରି ଏବେ ଦେଖାଯାଉଛି ବିଭିନ୍ନ କମ୍ପାନୀ ଓ କର୍ପୋରେଟ ସଂସ୍ଥାମାନଙ୍କନାମରେ ଫେକ୍ ୱେବ୍ସାଇଟ୍ କରାଯାଇ ମଧ୍ୟ ଠକେଇ କରାଯାଉଛି। ହେଲେ ଯେଉଁ କମ୍ପାନୀ କିମ୍ବା କର୍ପୋରେଟ୍ ସଂସ୍ଥାଗୁଡ଼ିକନାମରେ ଫେକ୍ ୱେବ୍ସାଇଟ୍ ଖୋଲାଯାଉଛି ସେହି ସଂସ୍ଥା ର୍କୃପକ୍ଷ କାହିଁକି ପୋଲିସରେ ଅଭିଯୋଗ କରୁନାହାନ୍ତି,ତାହା ମଧ୍ୟ ବଡ଼ ପ୍ରଶ୍ନ?। ଏ ସବୁ ଉଦାହରଣ ଦେଖିବାକୁ ଗଲେ ସ୍ପଷ୍ଟ ପ୍ରମାଣିତ ହୁଏ ଯେ, ପୋଲିସ ସବୁ ଜାଣି ମଧ୍ୟ ଏସବୁ ସଂସ୍ଥାଗୁଡ଼ିକ ଉପରେ ନଜର ରଖୁନାହିଁ।
ଏହିଭଳି ବାଲେଶ୍ୱରରୁ ଚାକିରି କରିବାକୁ ଭୁବନେଶ୍ୱର ଅାସିଥିବା ସ୍ମୃତିରନ ସାହୁ କହିଛନ୍ତି ଯେ, ଏକ ସଂସ୍ଥା ତାଙ୍କୁ କମ୍ପାନୀରେ ଭଲ ଦରମାରେ ଚାକିରି କରାଇଦେବାକୁ କହି ଡାକିଥିଲେ, ସେ ଏଠାରେ ପହଞ୍ଚୀବା ପରେ ସମ୍ପୃକ୍ତ ସଂସ୍ଥା ଭଲ କମ୍ପାନୀରେ ଚାକିରି କରିବାକୁ ହେଲେ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ହେଲେ ସ୍ମୃତିରଞ୍ଜନ ଏତେ ଟଙ୍କା ଦେଇ ନ ପାରିବାକୁ କହିବାରୁ ତାଙ୍କୁ ଚାକିରି ମିଳି ପାରିନାହିଁ।
ମାଲକାନଗିରି ଜିଲାର ରଶ୍ମିତା ଜେନା କହିଛନ୍ତି, ସେ ଏକ କମ୍ପାନୀରେ ଚାକିରି କରିବା ପାଇଁ ଏକ କନ୍ସଲଟାନ୍ସି ସଂସ୍ଥାକୁ ୧୨ ହଜାର ଟଙ୍କା ଦେଇଛନ୍ତି। ହେଲେ ସମ୍ପୃକ୍ତ କନ୍ସଲଟାନ୍ସି ସଂସ୍ଥା ତାଙ୍କୁ ଚାକିରି ଦେଉନାହିଁ କି ଟଙ୍କା ଫେରାଉ ନାହିଁ। ଥାନାରେ ଅଭିଯୋଗ କରିବାକୁ କହିଲେ କିଛି ଲାଭ ହେବ ନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ତାଙ୍କୁ କୁହାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଅାଗକୁ ଯଦି ପୋଲିସ ସଜାଗ ନ ହୁଏ ତେବେ ଏଭଳି ଠକେଇ ବଢ଼ିଚାଲିବ। ତେଣୁ ଏ ଦିଗରେ ପୋଲିସ ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।