ଆଣ୍ଡାମାନ ପହଁଞ୍ଚିଲା ଫାଷ୍ଟ-ସ୍ପିଡ୍ ଇଣ୍ଟରନେଟ୍, ସମୁଦ୍ର ଭିତରେ ୨,୩୧୨ କିଲୋମିଟର ପର୍ଯ୍ୟନ୍ତ ଗଲା କେବୁଲ

ନୂଆଦିଲ୍ଲୀ,୮:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜୀ ୨,୩୧୨ କିଲୋମିଟର ଲମ୍ବା ଚେନ୍ନାଇ-ଆଣ୍ଡାମାନ ନିକୋବର ଦ୍ବୀପ ସମୂହ(ସିଏନଆଇ) ଅପ୍ଟିକାଲ ଫାଇବର କେବଳ(ଓଏଫସି) ପ୍ରକଳ୍ପର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ। ସମୁଦ୍ର ଭିତରେ ପକାଯାଇଥିବା କେବଲ ପୋର୍ଟ ବ୍ଲେୟାରକୁ ସ୍ବରାଜ ଦ୍ବୀପ(ହେଭଲକ୍), ଲିଟର ଆଣ୍ଡାମାନ, କାର ନିକୋବର, କାମୋରତା, ଗ୍ରେଟ୍ ନିକୋବର, ଲାଗା ଆଇଲାଣ୍ଡ ଓ ରଙ୍ଗଟକୁ ମଧ୍ୟ ଯୋଡିବ। ଏହି ପ୍ରୋଜେକ୍ଟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ପୋର୍ଟ ବ୍ଲେୟାରରେ ଡିସେମ୍ବର ୨୦୧୮ରେ ରଖିଥିଲା ଓ ଏହି ପ୍ରୋଜେକ୍ଠ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି।

ଏହି ପ୍ରୋଜେକ୍ଟର ଆରମ୍ଭ ହେବା ଫଳରେ ଆଣ୍ଡାମାନ ନିକୋବର ଦ୍ବୀପ ସମୂହରେ ମୋବାଇଲ, ବ୍ରଡବ୍ୟାଣ୍ଡ ଓ ଲ୍ୟାଣ୍ଡଲାଇନ୍ ଦୂରସଞ୍ଚାର ସେବା ଭଲ ଓ ଭରସାଯୋଗ୍ୟ ହେବ। ଏହି ସେବା ଦେଶର ଅନ୍ୟ ଭାଗ ଆଡକୁ ହେବ। ଏହାଦ୍ବାରା ସେଠାରେ ୪ଜି ସେବା ମଧ୍ୟ ସୁଧୁରିପାରିବ। ସବମରିନ୍ ଅପ୍ଟିକାଲ ଫାଇବର କେବଳ ଲିଙ୍କ ଚେନ୍ନାଇ ଓ ପୋର୍ଟ ବ୍ଲେୟାର ଭିତରେ 2×100 ଜିବିପିଏସ୍ ଦେବ।

ଏହାଦ୍ବାରା ଦ୍ବୀପ ଉପରେ ଭରସାଯୋଗ୍ୟ, ମଜବୁତ ଓ ଗତିର ଦୂରସଞ୍ଚାର ଓ ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହେବ, ଯାହାକି ଗ୍ରାହକଙ୍କ ସହିତ ରଣନୈତିକ ଓ କାମର ଦୃଷ୍ଟିକୋଣରୁ ଉଲ୍ଳେଖନୀୟ ଉପଲବ୍ଧି ହେବ। ଅଧିକାରୀଙ୍କ ସୂଚନା ଅନୁସାରେ, ଭଲ ଦୂରସଞ୍ଚାର ଓ ବ୍ରଡବ୍ୟାଣ୍ଡ ସମ୍ପର୍କ ସୁବିଧାରୁ ଆଣ୍ଡାମାନ ନିକୋବର ଦ୍ବୀପ କ୍ଷେତ୍ରରେ ପର୍ଯ୍ୟଟନ ଓ ରୋଜଗାର ସୃଜନକୁ ଗତି ମିଳିବ। ଏହା ସହିତ ଅର୍ଥବ୍ୟବସ୍ଥା ସୁଦୃଢ ହେବ ଓ ଲୋକଙ୍କ ଜୀବନ ସ୍ତର ସୁଧୁରିବ। ଭଲ କନେକ୍ଟିଭିରୁ ଟେଲିମେଡିସିନ୍ ଓ ଟେଲି-ଏଜୁକେସନକୁ ସୁବିଧା ମିଳିବ।

Leave a Reply

Your email address will not be published. Required fields are marked *