ଆଜି ମହାକାଶରେ ଘଟିବ ବିରଳ ମହାଜାଗତିକ ଦୃଶ୍ୟ , ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ରହିବେ ୮ଟି ଗ୍ରହ
ଭୁବନେଶ୍ୱର:-ଆଜି ମହାକାଶରେ ଏକ ବିରଳ ଘଟଣା ଘଟିବ। ମହା ବା ପୂର୍ଣ୍ଣ ଗ୍ରହ ମିଳନ ଦେଖିବାକୁ ମିଳିବ। ଏ ସମୟରେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ୮ଟି ଗ୍ରହ ପ୍ଲୁଟୋ ମଧ୍ୟ ରହିବ। ଏହି ପ୍ରକାରର ଗ୍ରହମାନଙ୍କର ମିଳନ ୧୯୮୨ ମସିହାରେ ଦେଖିବାକୁ ମିଳିଥିଲା। ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଥିବା ବେଳେ ପ୍ଲୁଟୋ ମଧ୍ୟ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଛି। ଏଭଳି ବୁଲିବା ସମୟରେ ବେଳେ ବେଳେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ୩ଟି ଗ୍ରହ ବର୍ଷକୁ ୨ଥର, ୪ଟି ଗ୍ରହ ବର୍ଷକୁ ଥରେ, ୫ଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ୮ଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଥରେ ରହିଥାଆନ୍ତି। କେବେକେବେ ଗ୍ରହମାନେ ଆକାଶର ଏକ ଛୋଟ ଅଞ୍ଚଳରେ ଏକାଠି ହୁଅନ୍ତି। କିନ୍ତୁ ସବୁ ସମୟରେ ଏଗୁଡ଼ିକ ପୃଥିବୀରୁ ଦୃଶ୍ୟମାନ ହୋଇନପାରେ। ଏହି ପ୍ରକାରର ଏକ ଗ୍ରହ ମିଳନ ୨୦୦୨ ମସିହା ଏପ୍ରିଲ୍ ୧୮ ତାରିଖରେ ହୋଇଥିଲା। ୨୧୬୧ ଓ ୨୪୯୨ରେ ଏପରି ମହାଗ୍ରହ ମିଳନ ପୁଣି ଦେଖିବାକୁ ମିଳିବ ।
ବିରଳ ତଥା ଅନନ୍ୟ ମହାକାଶୀୟ ଘଟଣା ଆଜି ଦୃଶ୍ୟମାନ ହେବ । ଯାହାକୁ ମହା(ପୂର୍ଣ୍ଣ) ଗ୍ରହ ମିଳନ କୁହାଯାଉଛି । ଇଂରାଜୀରେ ଏହାକୁ ‘ପ୍ଲାନେଟ୍ ପରେଡ’ କୁହାଯାଏ । ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ (ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍) ବୁଲୁଛନ୍ତି । ଏମାନଙ୍କ ସହ ପୂର୍ବରୁ ଗ୍ରହ ରୂପେ ବିବେଚନା କରାଯାଉଥିବା ପ୍ଲୁଟୋ ବି ସୂର୍ଯ୍ୟ ଚାରିପଟେ ବୁଲୁଛି । ଏଭଳି ବୁଲିବା ସମୟରେ ବେଳେବେଳେ ସୂର୍ଯ୍ୟଙ୍କ ଗୋଟିଏ ପାଶ୍ୱର୍ରେ ୩ଟି ଗ୍ରହ ବର୍ଷକୁ ଦୁଇ ଥର, ଚାରିଟି ଗ୍ରହ ବର୍ଷକୁ ଥରେ, ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟେ ୧୭୦ ବର୍ଷରେ ଥରେ ରହିଥାଆନ୍ତି ।
ଗ୍ରହ ଗୁଡ଼ିକ ସୂର୍ଯ୍ୟଙ୍କ ଗୋଟିଏ ପାଶ୍ୱର୍ରେ ଦେଖାଯିବେ। ଯେଉଁଥିରେ ସୌର ଜଗତର ସମସ୍ତ ୮ଟି ଗ୍ରହ ସହିତ (ବାମନ ଗ୍ରହ ପ୍ଲୁଟୋ) ସୂର୍ଯ୍ୟଙ୍କ ଗୋଟିଏ ପାଶ୍ୱର୍ରେ ରହିବେ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଗ୍ରହର ମିଳନ ସମୟରେ ଗ୍ରହ ଗୁଡ଼ିକ ବାସ୍ତବରେ ଗୋଟିଏ ପୂରା ସିଧା ଧାଡିରେ ରୁହନ୍ତି ନାହିଁ । କାରଣ ସବୁ ଗ୍ରହମାନଙ୍କ କକ୍ଷପଥର ସମତଳ ଭିନ୍ନ ହୋଇଥାଏ। ଏପରି ଗ୍ରହମାନଙ୍କର ମିଳନ ୧୯୮୨ ମସିହାରେ ଘଟିଥିଲା । ଏହାପରେ ୨୧୬୧ ଏବଂ ୨୪୯୨ ମସିହାରେ ଘଟିବ। ସେହିପରି ଅନ୍ୟ ଏକ ବିରଳ ଦୃଶ୍ୟ ଜୁଲାଇ ୧୯ ସୂର୍ଯ୍ୟୋଦୟର ପ୍ରାୟ ୫୦ମିନିଟ୍ ପୂର୍ବରୁ ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ ଦୃଶ୍ୟମାନ ହେବେ । ଏହି ୫ଟି ଗ୍ରହ ଜୁଲାଇ ୨୫ ତାରିଖ ଯାଏ ଦେଖାଯିବେ।
ସେହିପରି ଆସନ୍ତା ଅଗଷ୍ଟ ମାସରେ, ଜ୍ୟୋତିର୍ବିଜ୍ଞାନୀଙ୍କୁ ଏକ ଅନନ୍ୟ ପ୍ରକାରର ଗ୍ରହର ମିଳନ ଦୃଷ୍ଟିଗୋଚର ହେବ । ଯେତେବେଳେ ଗୋଟିଏ ରାତିରେ ସମସ୍ତ ୮ଟି ଗ୍ରହ ଦେଖିବା ପାଇଁ ଏକ ଅନୁକୂଳ ସୁଯୋଗ ରହିବ ।